ବନ୍ଦ ହେଲା ଭୁବନେଶ୍ୱର RTO-୧

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ RTO-୧କୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା RTO-୧ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ୱର ସ୍ଥିତ ICICI ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍‌ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍‌ସ୍‌ ସେକ୍ସନକୁ ବନ୍ଦ କରାଯାଇଛି।

ସେହିପରି ନଖରା ସ୍ଥିତ ଗଦି ଗୋଦାମକୁ ମଧ୍ୟ ବନ୍ଦ କରିଛି ବିଏମ୍‌ସି। ଗଦି ଗୋଦାମରେ କାର୍ଯ୍ୟ କରୁଥିବା ୨ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗୋଦାମକୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଗୋଦାମର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like