ସୂଚନା ଅଧିକାର କର୍ମୀଙ୍କ ଗାଡ଼ିକୁ ବୋମାମାଡ଼

ଯାଜପୁର: ସୂଚନା ଅଧିକାର କର୍ମୀଙ୍କ ଗାଡ଼ିକୁ ବୋମାମାଡ଼। ଯାଜପୁର ଇମାନନଗରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆଙ୍କ ଗାଡିକୁ ବୋମାମାଡ଼ ହୋଇଛି। ବୋମାମାଡ଼ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଇମାମ ନଗର ନିକଟରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଘଟଣାର ଖବର ପାଇଁ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆଙ୍କୁ ବୋମାମାଡ଼ ଘଟଣାରେ ରାଜନୈତିକ ହିଂସା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଟ୍ୱିଟ୍ କରି ଘଟଣାକୁ ନିନ୍ଦା କରିବା ସହ DGPଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଓଡ଼ିଶାରେ ରାଜନୈତିକ ହିଂସା ଏବେ ଉପରମୁହାଁ ବୋଲି ସେ କହିଛନ୍ତି।

You might also like