ବାକି ଥିବା ମାଂସ ଟଙ୍କା ନ ଫେରାଇବାରୁ ପିଟିପିଟି ମାରିଦେଲେ

ରାଉରକେଲା: ବାକି ଟଙ୍କା ପାଇଁ ହତ୍ୟାକାଣ୍ଡ। ବାଡ଼େଇ ବାଡେଇ ମାରିଦେଲେ ମାଂସ ବେପାରୀ। ଅଳ୍ପ କିଛି ଟଙ୍କା ବାକି ପାଇଁ ରାଉରକେଲା ତିଲକନଗରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି।

ସୂଚନା ଅନୁସାରେ, ପଦ୍ମଲୋଚନ ମାଂସ ବେପାରୀ ଦେବାଶିଷ ସାହୁଙ୍କ ଠାରୁ ମାଂସ କିଣିଥିଲେ। ତେବେ କିଛି ଟଙ୍କା ବାକି ରହି ଯାଇଥିଲା। ଶୁକ୍ରବାର ଟଙ୍କା ମାଗିବାକୁ ଦେବାଶିଷ ପଦ୍ମଲୋଚନଙ୍କ ଘରକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବାଶିଷ ପଦ୍ମଲୋଚନଙ୍କୁ ଘରୁ ଟାଣି ଆଣି ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଆହତ ଅବସ୍ଥାରେ ପଦ୍ମଲୋଚନ ଘରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ପରେ ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

You might also like