ବନ୍ଧୁକ ଦେଖାଇ ଲୁଟି ନେଲେ ୬୦ ଲକ୍ଷ

ଖୋର୍ଦ୍ଧା: ବନ୍ଧୁକ ଦେଖାଇ ୬୦ ଲକ୍ଷ ଲୁଟି ନେଲେ। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ିଆପଲୀରୁ। ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମଝି ରାସ୍ତାରେ ଟଙ୍କା ନେଇ ଯାଉଥିବା କାରକୁ ଅଟକାଇଥିଲେ। କାରରେ ଥିବା କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ।

ପୁଲିସ୍‌ ଅଭିଯୋଗକାରୀଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଏସ୍‌ପି ମଧ୍ୟ ବେଗୁନିଆ ଥାନାକୁ ଯାଇ ଘଟଣାର ଯାଞ୍ଚ କରିଛନ୍ତି।

You might also like
Comments
Loading...