୩୮ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍‌ ଜବତ; ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ କରାଯାଇଛି।

ଆଜି ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର୍‌ ଜବତ କରିଛନ୍ତି। ଜବତ ବ୍ରାଉନ୍ ସୁଗାର୍‌ର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।

ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

ସେମାନେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।

 

You might also like