୨୪ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ଜଣେ ମହିଳାଙ୍କ ପାଖରୁ ୭ ଶହ ୭ ଗ୍ରାମ ଓଜନର ସୁନା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ।

ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ମହିଳା ଜଣଙ୍କ ଦୁବାଇରୁ ଏହି ସୁନା ଧରି ଆସୁଥିବା ବେଳେ ଏୟାର ଇଣ୍ଟେଲିଜେନ୍ସ ଏବଂ କଷ୍ଟମ ବିଭାଗ ହାତରେ ଧରାପଡ଼ିଥିଲେ। ଅଟକ ମହିଳାଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି।

ବିମାନ ବନ୍ଦରରୁ ସୁନା ଜବତ ହେବା ଘଟଣା କିଛି ନୂଆ କଥାନୁହେଁ। ବାରମ୍ବାର ଏପରି ସୁନା ଜବତ ହେଉଛି। ସୁନା ଚୋରା ଚାଲଣ ପାଇଁ ଅଭିଯୁକ୍ତମାନେ ନୂଆ ନୂଆ କୌଶଳ ଆପଣାଉଥିବା ଦେଖିବାକୁ ମିଳୁଛି।

You might also like