ATMରେ ଟଙ୍କା ଭର୍ତ୍ତି କରିବାକୁ ଯିବାବେଳେ ୨୧ ଲକ୍ଷ ଟଙ୍କା ଲୁଟ୍

ସୁବର୍ଣ୍ଣପୁର: ବ୍ୟାଙ୍କ ଠିକା କର୍ମଚାରୀଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯିବା ବେଳେ ବ୍ୟାଙ୍କ ଠିକା କର୍ମଚାରୀଙ୍କ ନିକଟରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଆଜି ଅପରାହ୍ଣରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଲୁଟ୍‌ ହୋଇଛି।

ସୂଚନା ଅନୁସାରେ, ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କ ଠିକା କର୍ମଚାରୀ ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ। ଏହି ସମୟରେ ବାଘଲପୁର ଛକ ନିକଟରେ ୩ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସି ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ବ୍ୟାଙ୍କ ଠିକା କର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ
ଘଟଣାସ୍ଥଳରେ ଗୋଟିଏ ବାଇକ୍‌ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

You might also like