ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା

ଭୁବନେଶ୍ୱର: ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା ହୋଇଛି। ୨ଶହ କୋଟିର SAMALESWARI TEMPLE AREA MANAGEMENT & LOCAL ECONOMY INNITIATIVES (ସମଲେଇ ଯୋଜନା) ନେଇ CMO ପକ୍ଷରୁ ଘୋଷଣା କରାଯାଇଛି।

  • ମନ୍ଦିରର ୪ ଦିଗରେ ୪ଟି ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ।
  • ଭକ୍ତମାନେ ପାଦରେ ବେଢ଼ା ପରିକ୍ରମା ପାଇଁ ୧ କିମି ରାସ୍ତା ହେବ।
  • ଯାତ୍ରୀଙ୍କ ପାଇଁ ପାର୍କିଂ ଜାଗା, ଭେଣ୍ଡିଂ ଜୋନ୍, ଶୌଚାଳୟ ନିର୍ମାଣ ହେବ।
  • ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ ହେବ।
  • ମନ୍ଦିରରୁ ମହାନଦୀ ଯାଏ ୩୦ ମିଟର ଚଉଡ଼ା ରାସ୍ତା ନିର୍ମାଣ ହେବ।
  • ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ ହେବ।
  • ୩୦ ମିଟର ରାସ୍ତାରେ ଡେକ୍ ହେବ, ଦୈନିକ ମହାନଦୀ ଆଳତି ହେବ।
  • ଯୋଜନାରେ ପ୍ରଭାବିତ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ପ୍ୟାକେଜ।

ସମ୍ୱଲପୁରର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଗତ ଜାନୁଆରୀ ୧୯ରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ। ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ୱରୀ ପୀଠର ଘନିଷ୍ଠ ସଂପର୍କ ରହିଛି। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି। ଏହି ପୀଠର ଗୁରୁତ୍ୱ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ର ଠିକ୍ ପୂର୍ବରୁ ବି ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ। ଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

You might also like