ରେଲୱେ ପ୍ଲାଟଫର୍ମ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ୱର: ରେଲୱେ ପ୍ଲାଟଫର୍ମର ସୁରକ୍ଷା ଯାଞ୍ଚ କରିବ ଡ୍ରୋନ କ୍ୟାମେରା। ଭୁବନେଶ୍ୱରରେ ରେଲୱେ ପ୍ଲାଟଫର୍ମର ସୁରକ୍ଷା ନେଇ ଏହି ଉଦ୍ୟମ ଆରମ୍ଭ କରିଛି ରେଲୱେ ରାପିଡ୍ ପୋଲିସ ଫୋର୍ସ।

କରୋନା ଲାଗି ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିବାବେଳେ ମାଲଗାଡି ଚଳାଚଳ କରୁଛି। ମାଲବାହୀ ଗାଡିରେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଆସୁଥିବାରୁ ଚୋରି ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଡ୍ରୋନ କ୍ୟାମେରା ଷ୍ଟେସନର ୩ କିଲୋମିଟର ପରିଧି ମଧ୍ୟରେ ଯାଞ୍ଚ କରିପାରିବେ।

You might also like