ଶାଳପତ୍ର ଉପରେ ସମ୍ପୂର୍ଣ୍ଣ ରୟାଲ୍‌ଟି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଶାଳପତ୍ର ଉପରେ ଥିବା ରୟାଲିଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶାଳପତ୍ର ଏକ ଲଘୁ ବନଜାତ ଦ୍ରବ୍ୟ। ବର୍ତ୍ତମାନ ଏହି ଶାଳପତ୍ର ଉପରେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ଲେଖାଏଁ ରୟାଲଟି ଆଦାୟ ହେଉଛି।

ତେଣୁ ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଗଲେ ରାଜ୍ୟର ୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଜନଜାତି ବର୍ଗର ଲୋକେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି।

You might also like