ନନ୍ଦନକାନନରେ ଦୁଇ କଳା ବାଘ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ‘ରେଣୁକା’

ଭୁବନେଶ୍ୱର: ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନର ୩୩ ନମ୍ବର ଏନକ୍ଲୋଜର୍‌ରେ ରହୁଥିବା ବାଘୁଣୀ ରେଣୁକା ୨ଟି କଳା ରଙ୍ଗର ବାଘ ଛୁଆଙ୍କୁ ଜନ୍ମ ଦେଇଛି।

ଉଭୟ ବାଘୁଣୀ ଓ ଦୁଇ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇ ଡାକ୍ତରଙ୍କ ଅନୁଧ୍ୟାନ କରାଯାଉଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।

You might also like