ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ ବଣ୍ଟାରେ କେଁ

ଦୁର୍ନୀତି ଅଭିଯୋଗ ଆଣି ବିଭିନ୍ନ ଫୋରମରେ ଫେରାଦ ହେଲା ବିଜେପି

ବାଲେଶ୍ୱର : ବିଜୁ ଯୁବବାହିନୀ ସଦସ୍ୟଙ୍କୁ ମାଗଣା ମୋବାଇଲ ବଣ୍ଟାକୁ ନେଇ ବଢୁଛି ବିବାଦ। ଖଣି ଦୁର୍ନୀତିରେ ସଂପୃକ୍ତ ତ୍ରିବେଣୀ ଆର୍ଥମୁଭର୍ସ ଓ ସିରାଜଉଦ୍ଦିନ ଭଳି ଖଣି କମ୍ପାନୀ ସବୁ ବ୍ଲକ୍‌ରେ ବିଜୁଯୁବବାହିନୀକୁ ମୋବାଇଲ ଦେଉଥିବା ଅଭିଯୋଗ ନେଇ ବିଜେପି ରାଜ୍ୟପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍‌ସ ପର୍ଯ୍ୟନ୍ତ ଅଭିଯୋଗ କରିବା ପରେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସମୟ ସଂଧ୍ୟା ୬ଟା। ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ମୋବାଇଲ ବଣ୍ଟନ ବେଳେ ହାତାହାତି ହୋଇଛନ୍ତି ଦୁଇ ଗୋଷ୍ଠୀ। ମାରପିଟ ପରେ ଥାନା ଅଧିକାରୀ ଓ କିଛି ବିଜେଡି ନେତାଙ୍କୁ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ତଥାପି ମାମଲା ଥଣ୍ଡା ପଡ଼ିନି।

ଘଟଣା ଥିଲା ଏମିତି । ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ ବ୍ଲକ୍‌ର କର୍ମଚାରୀ ଚେଷ୍ଟା କରିଥିଲେ। ତେବେ ସେମାନେ ବି ଯୁବ ବାହିନୀ କର୍ମୀଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ।

ସବୁ ବ୍ଲକ୍‌ରେ ବିଜୁଯୁବ ବାହିନୀକୁ ମୋବାଇଲ  ବଣ୍ଟନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଛି ନୂଆ କେଁ। ଖଣି ଦୁର୍ନୀତିରେ ସଂପୃକ୍ତ କମ୍ପାନୀ ଏହି ମୋବାଇଲ ବାଣ୍ଟିବା ଦାୟିତ୍ୱ ନେଇଥିବା ଅଭିଯୋଗ ଆଣିଛି ବିଜେପି। ଏନେଇ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ରାଜ୍ୟପାଳ ଓ ଭିଜିଲାନ୍‌ସ ଡିଜିଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି। .

ମୋବାଇଲ କିଣାର ଦସ୍ତାବିଜରୁ ଜଣାପଡ଼ିଛି ତ୍ରିବେଣୀ ଆର୍ଥ ମୁଭରର୍ସ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପାଇଁ କିଣାଯାଇଛି ୨୫ ଲକ୍ଷ  ୨୦ ହଜାର ଟଙ୍କାର ମୋବାଇଲ। ଖଣି କମ୍ପାନୀ ସିରାଜଉଦ୍ଦିନ କୋ ବଲାଙ୍ଗିର ପାଇଁ କିଣିଛି ୧୮ ଲକ୍ଷ ୬୪ ହଜାର ଟଙ୍କା ମୋବାଇଲ। ଏହି ଦୁଇ କମ୍ପାନୀ ସହ  ଆର୍ଯ୍ୟାନ ମାଇନିଂ  ଆଣ୍ଡ ଟ୍ରେଡିଂ କର୍ପୋରେସନ, କଲ୍ୟାଣି ଏଣ୍ଟରପ୍ରାଇଜେସ, ମା ଉତ୍ତରାୟନି ରୋଲର ଆଣ୍ଡ ଫ୍ଲୋର ମିଲସ ପରି କମ୍ପାନୀ ୭୫୦ କୋଟି ଟଙ୍କା ଖର୍ଚ୍ଚ କରି ୨୦ ଲକ୍ଷ ମୋବାଇଲ ଦେଇଥିବା ବିଜେପି ଅଭିଯୋଗ କରିଛି।

ଏମାନେ ସରକାରଙ୍କ ପାଖରୁ ଅନୁଚିତ ଉପାୟରେ ଅନୁଗ୍ରହିତ ହୋଇଥିବାରୁ ବିଜୁ ଯୁବବାହିନୀଙ୍କୁ ମାଗଣା ମୋବାଇଲ ଦେଇଥିବା ଦଳ କହିଛି। ଏନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି।

ବିନା ଟେଣ୍ଡରେ ଯୁବ ବାହିନୀକୁ ମୋବାଇଲ ବଣ୍ଟନରେ ବ୍ୟାପକ ଦୁର୍ନୀତିର  ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ଆଜି ବ୍ଲକ୍‌ ସ୍ତରରେ ପ୍ରତିବାଦ କରିଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like