ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉଲକେଲା: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ। ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ଚାଲିଛି ବନ୍ଦ ପାଳନ। ବନ୍ଦ ଯୋଗୁଁ ଦୋକାନ, ବଜାର ବନ୍ଦ ରହିଛି। ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏ ଯାଏ ଘଟଣାରେ କାହାକୁ ବି ଗିରଫ କରାଯାଇ ନାହିଁ।

ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ ଚାଲିଛି ତଦନ୍ତ କିନ୍ତୁ ଏ ଯାଏ ପରିବାର ଲୋକଙ୍କୁ ନ୍ୟାୟ ମିଳିନାହିଁ। ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ବନ୍ଦ ଡାକରା ଦେଇଛି କଂଗ୍ରେସ।

 

You might also like