• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ୪ ଘଣ୍ଟା ୨୩ ମିନିଟ୍‌ରେ ୧୫୧ କିଲୋମିଟର ସାଇକେଲ୍‌ ଚାଳନା। Bhubaneswar Cycling and Adventure Club(BCAC) ପକ୍ଷରୁ ଆୟୋଜିତ ଗୋଲ୍ଡେନ୍ ଟ୍ରାଏଙ୍ଗଲ୍ ସାଇକ୍ଲିଂ ଚାମ୍ପିଅନ୍‌ଶିପ୍‌(GTCC-2021)ରେ ୧୫୧ କିଲୋମିଟରକୁ ୪ ଘଣ୍ଟା ୨୩ ମିନିଟ୍‌ ୪୮ ସେକେଣ୍ଡରେ ଯାତ୍ରା କରି ରାଉରକେଲାର ରୋହିତ ହେମ୍ବ୍ରମ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ପ୍ରଥମ ସ୍ଥାନ ଅଧିକାର କରିଥିବା ରୋହିତ ହେମ୍ବ୍ରମ୍‌ଙ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା, ଟ୍ରଫି ଓ ମେଡାଲ୍‌ ମିଳିଛି। ଜାମ୍‌ସେଦ୍‌ପୁରର ଅଭନୀତ୍‌ ସିଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଉରକେଲାର ପର୍ଶୁରାମ ଚୌଧୁରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Golden Triangle Cycling Championshipର  ତୃତୀୟ ସଂସ୍କରଣରେ ଏଥର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରୁ ପ୍ରାୟ ୬୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

https://youtu.be/2aZZHoExyuw

ଆଗାମୀ ଦିନରେ ଏହି ଚାମ୍ପିଅନ୍‌ଶିପ୍‌କୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଉଦ୍ୟମ କରାଯାଉଥିବା ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍‌ ଆଡ୍‌ଭେଞ୍ଚର୍ସ କ୍ଲବ୍‌ର ସଭାପତି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

Rourkela-boy-rohit-hembram-wins-golden-triangle-cycling-championship
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories