ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀ ଫେରିପାଇବେ ଟଙ୍କା

କଟକ : ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ।

ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆର୍‌ଆଇ ଓ ପଞ୍ଚାୟତ ସ୍ତରରେ ଜମାକାରୀ ଚିହ୍ନଟ ଅନୁସାରେ ଟଙ୍କା ଫେରସ୍ତ ହେବ। ଅନ୍‌ଲାଇନ ଯୋଗେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ।

ଯେଉଁ ଜମାକାରୀ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ, ସେମାନଙ୍କୁ ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ସେହିପରି ୭ରୁ୧୦ ହଜାର ଭିତରେ ୭ ହଜାର ସହ ବଳକା ଟଙ୍କାର ୫୦ ପ୍ରତିଶତ ମିଳିବ।

You might also like