ରୋଜଭ୍ୟାଲି ଠକେଇ ମାମଲା: ଜେଲ୍‌ ଗଲେ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍‌ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ। କୋଲକାତାରୁ ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା ସିବିଆଇ।

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ ମଧ୍ୟରେ ମନିଟ୍ରେଲର ପ୍ରମାଣ ପାଇଛି ସିବିଆଇ। ଫିଲ୍ମ ନିର୍ମାଣ ନାଁରେ ୨୪ କୋଟି ଟଙ୍କା ରୋଜଭ୍ୟାଲିଠାରୁ ନେଇଥିବାବେଳେ ଏସବୁ ଅର୍ଥ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଭଳି ରାଜ୍ୟଠାରୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ଏହାସହ ଚିଟ୍‌ଫଣ୍ଡ୍‌ ଅର୍ଥରେ ଏକ ଘରୋଇ କମ୍ପାନୀ ସହ ମିଶି ମୂଲ୍ୟବାନ ପେଣ୍ଟିଂ କ୍ରୟ କରାଯାଇଥିଲା। ଏବଂ ଏଥିପାଇଁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କୁ ପ୍ରବର୍ତ୍ତା ଯାଇଥିଲା।

You might also like