• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି। ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପଟେ ଏହି ସଂସ୍ଥାର ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଗୌତମଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର ଚଳାଇଥିଲେ। ରୋଜଭ୍ୟାଲି ଦେଶର ବିଭିନ୍ନ ହୋଟେଲରେ କୋଟି କୋଟି ଟଙ୍କା ନିବେଶ କରିଛି। ତେବେ ଗିରଫ କୁଣ୍ଡୁଙ୍କୁ ତଦନ୍ତ ପାଇଁ ସିବିଆଇ ଭୁବନେଶ୍ୱର ଆଣିପାରେ ବୋଲି ସୂଚନା ମିଳିଛି।

ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଆଉ ଜଣେ ହେଲେ କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର। ସେ ଆଗରୁ ସିବିଆଇରେ ହାଜର ହୋଇଥିଲେ। କୋଟି କୋଟି ଟଙ୍କାର ଏହି ସ୍କାମ୍‌ରେ ତାଙ୍କର କି ଭୂମିକା ରହିଛି, ସେନେଇ ତାଙ୍କୁ ପଚରାଉଚରା ପାଇଁ ପୂର୍ବରୁ ନୋଟିସ୍ ହୋଇଥିଲା। ପୂର୍ବରୁ ଶାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ରାଜୀବ କୁମାରଙ୍କୁ ମଧ୍ୟ ଜେରା କରାଯାଇଥିଲା।

ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଓ ଗୌତମ କୁଣ୍ଡୁଙ୍କୁ ମଧ୍ୟ ଜେଲ ଚାରିକାନ୍ଥ ଦେଖିବାକୁ ପଡ଼ିଥିଲା। ରୋଜଭ୍ୟାଲି ଚିଟ୍‌ଫଣ୍ଡ୍ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଏବଂ ପ୍ରଯୋଜକ ମୋହତାଙ୍କ ମଧ୍ୟରେ ମନିଟ୍ରେଲର ପ୍ରମାଣ ପାଇଥିଲା ସିବିଆଇ। ଫିଲ୍ମ ନିର୍ମାଣ ନାଁରେ ୨୪ କୋଟି ଟଙ୍କା ରୋଜଭ୍ୟାଲିଠାରୁ ନେଇଥିବାବେଳେ ଏସବୁ ଅର୍ଥ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଭଳି ରାଜ୍ୟଠାରୁ ବିଭିନ୍ନ ସ୍କିମ୍ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ଏହାସହ ଚିଟ୍‌ଫଣ୍ଡ୍‌ ଅର୍ଥରେ ଏକ ଘରୋଇ କମ୍ପାନୀ ସହ ମିଶି ମୂଲ୍ୟବାନ ପେଣ୍ଟିଂ କ୍ରୟ କରାଯାଇଥିଲା। ଏବଂ ଏଥିପାଇଁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କୁ ପ୍ରବର୍ତ୍ତା ଯାଇଥିଲା।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ତଥା ଚିଟଫଣ୍ଡ ଦୁର୍ନୀତିର ଦୋଷୀ ସାବ୍ୟସ୍ତ ପ୍ରଦୀପ ସେଠୀ ଜେଲରୁ ଏବେ ବାହାରି ପାରିବେନି। ୭ବର୍ଷ ଜେଲରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗତ ଡିସେମ୍ବର ୨୦୨୦ରେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଥିଲେ।

Rose-valley-group-chiefs-wife-arrested-by-cbi-in-chit-fund-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories