ନବରଙ୍ଗପୁରରେ ଥ୍ରୀଲରର ନାୟକ ରକ୍‌ କଚ୍ଛି

ନବରଙ୍ଗପୁର: ଡିରେକ୍ଟର ରାମଗୋପାଲ ବର୍ମାଙ୍କ ଫିଲ୍ମ “ଥ୍ରୀଲର” ରେ ନାୟକ ଭୂମିକାରେ ଅଭିନୟ କରିଥିବା ୱାଜିଦ୍ ମେମନ୍ ଓରଫ୍ ରକ୍ କଚ୍ଛି ଏବେ ନିଜ ମାମୁଁ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଛନ୍ତି। ଏଠାରେ ଜନ୍ମ ଗ୍ରହଣ କରିଥିବା ୱାଜିଦ୍ ମେମନ୍ ପିଲା ଦିନରୁ ହିଁ ଫିଲ୍ମରେ କାମ କରିବା ନେଇ ସ୍ୱପ୍ନ ଦେଖିଥିଲେ।

ନିଜ ବାଲ୍ୟ ସମୟ ଉମରକୋଟରେ କାଟିବା ପରେ କ୍ୟାରିୟର ଗଢ଼ିବା ପାଇଁ ମହାରାଷ୍ଟ୍ର ଚାଲି ଯାଇଥିଲେ। ତାଙ୍କ ବାପା ୟାସିମ୍ କଚ୍ଛି ଜଣେ ବ୍ୟବସାୟୀ ହୋଇଥିବାରୁ ସେଠାରେ ରହି ନିଜ କ୍ୟାରିୟର ଗଢ଼ିବା ସହ ରାମଗୋପାଲ ବର୍ମାଙ୍କ ଫିଲ୍ମ “ଥ୍ରୀଲର” ରେ ଅଭିନୟ କରିବାର ସୁଯୋଗ ପାଇଥିଲେ।

ଉମରକୋଟ ଆସିବା ଅବସରରେ ଓଟିଭିକୁ ଏକ ସାକ୍ଷାତକାର ଦେଇ ରକ୍ କଚ୍ଛି କହିଛନ୍ତି ଯେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବାରୁ ଓଡ଼ିଶା ପ୍ରତି ମୋର ଦୁର୍ବଳତା ରହିଛି ଏବଂ ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଛି।

You might also like