ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରେ ପୁଣି ମାତିଲେ ଲୁଟେରା। ଆଜି ୟୁନିଟ ୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଛି। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ।
ଲକ୍‌ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା ସହିତ ମରଣାନ୍ତକ ଆକ୍ରାମଣ ବି କରୁଛନ୍ତି।

ଅନ୍ୟପଟେ ପୁଣି ପୁରୀରେ ସଟର ତାଡ଼ି ଚୋରି ହୋଇଛି। ରମାବଲ୍ଲଭ ରୋଡର ମହାଲକ୍ଷ୍ମୀ ଭଣ୍ଡାରର ସଟର ତାଡ଼ି ୧ଲକ୍ଷରୁ  ଅଧିକ ଟଙ୍କା ଚୋରି କରିଛନ୍ତି ଦୁର୍ବତ୍ତ। ଚୋର ସଟର ତାଡ଼ି ଭିତରେ ପଶିବା ଏବଂ କ୍ୟାସ୍ ଡ୍ରରୁ ଟଙ୍କା ନେବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ରାତି ୧ଟା ୫୮ମିନିରେ ତିନିଜଣ ଦୋକାନ ନିକଟକୁ ଆସି ସଟର ତାଡ଼ିଥିଲେ। ପରେ କ୍ୟାସ ଭାଙ୍ଗି ସେଥିରୁ ଟଙ୍କା ନେଇଥିଲେ।

ଶ୍ରୀମନ୍ଦିର ଚତୁପାର୍ଶ ଉଚ୍ଛେଦ ପରେ ସୀମା ପାତ୍ର ଅକ୍ଷୟ ତୃତୀୟାରେ ଏହି ଦୋକାନ ଆରମ୍ଭ କରିଥିଲେ। ତେବେ ଏହି ଚୋରି ହେବା ଫଳରେ ତାଙ୍କର ବ୍ୟାପକ କ୍ଷତି ହୋଇଥିବା ସେ କହିଛନ୍ତି। ସେପଟେ ଏ ନେଇ ଖବର ପାଇବା ପରେ ଚୋରି ଗ୍ୟାଙ୍ଗକୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଡିଏସ୍‌ପି।

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like