କୋହଳ ହେଲା ନିୟମ: ଲକ୍ଡାଉନ୍ ବେଳେ ଖୋଲା ରହିବ ଏସବୁ
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା ଖୋଲା ରହିବ। ସେହିପରି ଗ୍ୟାରେଜ ଓ ପାର୍ଟ୍ସ ଦୋକାନ ମଧ୍ୟ ଖୋଲା ରହିବ।
ମାଲବାହୀ ଯାନର ଚଳାଚଳକୁ ସୁଗମ କରିବାକୁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଜଳସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର।
କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି।