ବର୍ଷାଜଳ ନିଷ୍କାସନ ଦାବିରେ ତାତିଲେ ଲୋକେ

୫ଟି ମୌଜାର ଲୋକଙ୍କ ପକ୍ଷରୁ IOCL ରାସ୍ତା ଅବରୋଧ

ଜଗତସିଂହପୁର  : ଗାଁରୁ ବର୍ଷା ଜଳ ନିଷ୍କାସନ ଦାବିରେ ତାତିଲେ ଲୋକେ । ଦାବି ପୂରଣ ନେଇ ପାରାଦୀପ IOCLର ମୁଖ୍ୟ ରାସ୍ତା ଅବରୋଧ। ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା ।

ରଙ୍ଗିଅାଗଡ଼, ସିଜୁ, ବଗଦିଅା, ପାରାଦୀପ ଗଡ଼, ଫତେପୁର ଏବଂ ତ୍ରିଲୋଚନପୁର ଭଳି ୫ଟି ମୌଜାର ଲୋକେ ଏହି ବର୍ଷା ଜଳ ନିଷ୍କାସନ ଦାବିରେ ରାସ୍ତାରୋକ କରିଛନ୍ତି । ଅଭିଯୋଗ ଅନୁସାରେ, ଅାଇଓସିଏଲ୍ ପ୍ରକଳ୍ପ ପରେ ବିଭିନ୍ନ ଜଳ ନିଷ୍କାସନ ପଥ ବନ୍ଦ ହୋଇ ଯାଇଛି, ତେଣୁ ପାଣି ଯାଇ ପାରୁନାହିଁ। ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। କେବଳ ଏତିକି ନୁହଁ, ଏହା ଯୋଗୁଁ ଫସଲ ମଧ୍ୟ ନଷ୍ଟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜଗତସିଂହପୁର ସାଂସଦ କୁଳମଣି ସାମଲ । ବୁଝାସୁଝା ସତ୍ତ୍ୱେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ ଜାରି ରହିଛି।

You might also like