• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପିଲା ସଡ଼କ ସୁରକ୍ଷା ପାଠ ପଢ଼ିବେ। ଏନେଇ ପରିବହନ ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ କହିଛି। ସଡ଼କ ସୁରକ୍ଷା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ  ଏସମ୍ପର୍କରେ ଆଲୋଚନା ହୋଇଛି।

ସ୍କୁଲ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସାମିଲ୍ ହେଲେ ଛାତ୍ର ଜୀବନରୁ ସଚେତନ ହେବେ ପିଲା। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ମତାମତ ପରେ ତତ୍ପରତା ପ୍ରକାଶ କରିଛି ରାଜ୍ୟ ପରିବହନ ବିଭାଗ। ତେବେ ପାଠ୍ୟ ବିଷୟବସ୍ତୁରେ କେଉଁ କେଉଁ ପ୍ରସଙ୍ଗ  ସ୍ଥାନ ପାଇବ ଗଣଶିକ୍ଷା ବିଭାଗ ହିଁ ସେ ନିଷ୍ପତ୍ତି ନେବ। ଟ୍ରାଫିକ୍ ନିୟମ ଉଲଂଘନ ନକରିବା, ମଦ ପିଇ ଗାଡ଼ି ନଚଳାଇବା, ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ନହେବା, ଦ୍ରୁତ ବେଗରେ ଗାଡ଼ି ନଚଳାଇବା, ହେଲମେଟ୍ ଓ ସିଟ୍ ବେଲଟ ନିୟମ ପାଠ୍ୟକ୍ରମରେ ସ୍ଥାନ ପାଇପାରେ।

ସେହିପରି ୧୮ ବର୍ଷରୁ କମ୍ ପିଲାଙ୍କୁ ନିଜେ ଗାଡ଼ି ଚଳାଇ ସ୍କୁଲ ଆସିବାକୁ ବାରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଆଗାମୀ ବର୍ଷର ସିଲାବସ୍ ଚୂଡ଼ାନ୍ତ ହୋଇସାରିଥିବାରୁ ସଡ଼କ ସୁରକ୍ଷା ବିଷୟକୁ କିଭଳି ସାମିଲ କରାଯିବା ସେନେଇ ବିଚାରବିମର୍ଶ ଚାଲିଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ଗତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ରାଜ୍ୟରେ ଦୁର୍ଘଟଣା କମିଥିବା ପରିବହନ କମିଶନର  କହିଛନ୍ତି। ଗତ ୪ ମାସରେ ୧୦ ହଜାର ମଦୁଆ ଡ୍ରାଇଭରଙ୍କୁ ପୁଲିସ ଓ ହଜାରେ ଡ୍ରାଇଭଙ୍କୁ ଧରିଛି ଆରଟିଓ। ସେପଟେ ଦାୟିତ୍ୱହୀନ ଡ୍ରାଇଭିଂ ଉପରେ ନଜର ରଖିବାକୁ ରାମେଶ୍ୱରରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଇଣ୍ଡିଗ୍ରେଟେଡ୍ ହାଇେଓ୍ୱ ଟ୍ରାଫିକ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ଲାଗୁ ହେବ।  ସିସିଟିଭି ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ। ଓ ଉଲଙ୍ଘନକାରୀଙ୍କର ଆପେ ଆପେ ଚାଲଣ କଟିଯିବ।

https://youtu.be/ZovJ0gr8Apk

Road-safety-subject-in-class-10-syllabus-from-next-year
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories