ବିଚ୍ ରାସ୍ତାରେ ଯୁବକଙ୍କୁ ପିଟିଲେ ଯୁବତୀ, ଭିଡ଼ିଓ ଭାଇରାଲ୍

ଭୁବନେଶ୍ୱର : ରାସ୍ତାରେ ରୋଡ୍ ରୋମିଓଙ୍କୁ ପାନେ।  ଅସଦାଚରଣର ଦୃଢ଼ ବିରୋଧ। ଏପରି କିଛି ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବିଚ୍ ରାସ୍ତା ଉପରେ ଯୁବକଙ୍କୁ ଚାପୁଡ଼ା ମାରୁଛନ୍ତି ଯୁବତୀ।

ମିଳିଥିବା ସୂଚନା ମୁତାବକ, ରାଜଧାନୀର ବମିଖାଲ ଅଞ୍ଚଳରେ ଯୁବତୀଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ। ଏନେଇ ପ୍ରତିବାଦ ଜଣାଇବା ସହ ଅଭିଯୁକ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି ଯୁବତୀ । ସର୍ବସମ୍ମୁଖରେ ଉଠବସ୍ କରାଇବା ସହ ମାଡ଼ ମାରିଛନ୍ତି। ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି।

You might also like