ଗାଁକୁ ରାସ୍ତା ନାହିଁ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

  • ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ବୋହାଗଲା ଷ୍ଟ୍ରେଚରରେ
  • ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ଅଞ୍ଚଳରେ ଘଟଣା
  • ଷ୍ଟ୍ରେଚରରେ ଦୁଇ କିଲୋମିଟର ବୋହିଲେ ସମ୍ପର୍କୀୟ

ଭୁବନେଶ୍ୱର: ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଦୁଇ କିଲୋମିଟର ବାଟ। ଏଭଳି ଅବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ଅଞ୍ଚଳରେ। ଦ୍ୱିତୀୟ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଏଣୁ ଗାଁର ଯୁବକମାନେ ମୀରାବତୀଙ୍କୁ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୋହି ତପ୍ତପାଣି ଘାଟି ଉପରେ ଥିବା ଗଣି ଛକକୁ ଆଣିଥିଲେ।

ସେଠାରୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଡେଙ୍ଗା ଓସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ମହିଳା ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ତେବେ ଗାଁକୁ ରାସ୍ତା ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

You might also like