• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ରାସ୍ତା ସମସ୍ୟାକୁ ନେଇ ବିଧାନଭାରେ ଉଦ୍‌ବେଗ ଦେଖାଦେଇଛି। ୩ ହଜାର ୩୨୩ ଗାଁକୁ ରାସ୍ତା ନ ଥିବା ନେଇ ଆଜି ଗୃହରେ ଖୋଦ୍ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ସ୍ୱୀକାର କରିଛନ୍ତି।

ପ୍ରଶ୍ନକାଳରେ ବିଧାୟକ ମୋହନ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପଞ୍ଚାୟତ କାର୍ଯ୍ୟକାଳ ସହ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ପଦକ୍ଷେପ ନିଆଯାଉଛି।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ଉପାନ୍ତ ଅଞ୍ଚଳକୁ ରାସ୍ତା ସଂଯୋଗ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଉତ୍ତର ଦେଇଛନ୍ତି।

ସେହିପରି ରାସ୍ତା କାମରେ ନିମ୍ନମାନର ପିଚୁ ବ୍ୟବହାର ହେଉଥିବା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାସ୍ତା କାମରେ ରାୟପୁର, ଭାଇଜାଗରେ ନିର୍ମିତ ଲୋକାଲ ପିଚୁ ବ୍ୟବହାର କରାଯାଉଛି। ବ୍ରାଣ୍ଡେଡ୍ କମ୍ପାନୀରୁ ପିଚୁ ବ୍ୟବହାର କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ଲାଗି ବିଧାୟକ ସନ୍ତୋଷ ସିଂ ଦୃଷ୍ଟି ଆକର୍ଷଣ କରିଥିଲେ।

Road-problem-question-in-assembly
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories