ଗାଁକୁ ନାହିଁ ରାସ୍ତା ; ଅାସିପାରିଲାନି ଅାମ୍ବୁଲାନ୍ସ

ପୁଣି ଭାରରେ ବୁହାହେଲେ ପ୍ରସୂତି

କୋରାପୁଟ  : ଦୁର୍ଗମ ପାହାଡ ମଝିରେ ଥିବା ଗାଁ କୁ ନାହିଁ ରାସ୍ତା। ଫଳରେ ଅାସିପାରିଲାନି ଅାମ୍ବୁଲାନ୍ସ। ଦୀର୍ଘ ୩ କି.ମି ପାହାଡିଅା ରାସ୍ତାରେ ବୁହା ହୋଇ ଅାସିଲେ ପ୍ରସୂତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମୁଣ୍ଡଗଡତି ଅଞ୍ଚଳରେ।

ଗାଁରେ ନୀଳୁ ଜାନିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଅାମ୍ବୁଲାନ୍ସକୁ ଖବର ଦିଅାଯାଇଥିଲା। ତେବେ ପାହାଡିଅା ଗାଁ ହୋଇଥିବାରୁ ଅାମ୍ବୁଲାନ୍ସ ୩ କି.ମି. ଦୂରରେ ରହିଥିଲା। ଫଳରେ ନୀଳୁଙ୍କ ସମ୍ପର୍କୀୟ କିଛି ମହିଳା ଏକ ଭାରାରେ ବସାଇ ଦୁର୍ଗମ ପାହାଡିଅା ରାସ୍ତାରେ ଅାଣିଥିଲେ।

ତେବେ ଅାମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ମହିଳା ଜଣକ ଏକ  ପୁତ୍ର ସନ୍ତାନ ପ୍ରସବ କରିଥିଲେ । ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ଗ୍ରାମବାସୀମାନେ ପ୍ରତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ବି ସେମାନେ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି।

You might also like