ରାସ୍ତା ପାଲଟିଛି ମରଣଯନ୍ତା

ବିପଦ ସଙ୍କୁଳ ରାସ୍ତାରେ ଯାତାୟତ କରୁଛନ୍ତି ସ୍କୁଲ ପିଲା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା ଦେଖାଦେଇଛି ଯେ  କେଉଁଠି ମେଟାଲ ଉଠିଛ ତ  କେଉଁଠି ରାସ୍ତା ମଝିରେ ଗାଢେ ଖାଲ।

ଏମିତି ବିପଦ ସଙ୍କୁଳ ଅବସ୍ଥାରେ ନିତି ଦିନ ପିଲାଙ୍କୁ ସ୍କୁଲ ବି ନିଆଯାଉଛି। ଅନେକ ସମୟରେ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଆହତ ହେବାର ଅଭିଯୋଗ ବି ହୋଇଛି।

ଏହି ରାସ୍ତା ନିର୍ମାଣ ଲାଗି ସ୍ଥାନୀୟ ବାସିନ୍ଦା ବହୁବାର ଦାବି କରିଛନ୍ତି। ହେଲେ ସେମାନଙ୍କ ଦାବି କେବଳ ଦାବି ହୋଇ ରହିଯାଇଛି। ଏହି ରାସ୍ତା ଦେଇ ବିଡ଼ିଓ ଓ ସ୍ଥାନୀୟ ବିଧାୟକ ଯାଉଛନ୍ତି, ଗୁହାରୀ କଲେ କେବେଳ ମିଳୁଛି ପ୍ରତିଶ୍ରୁତି। ସେପଟେ ବ୍ଲକ ପ୍ରଶାସନ ରାସ୍ତାର ଅବସ୍ଥା ଶୋଚନୀୟ ଥିବା ସ୍ୱୀକାର କରିବା ସହ କାମଚଳା ନିର୍ମାଣ ଲାଗି ୨ ଲକ୍ଷ ଟଙ୍କା ମଞ୍ଜୁର କରିଛି। ବର୍ଷା ପରେ ରାସ୍ତା ନିର୍ମାଣ ହେବ ବୋଲି ବିଡିଓ କହିଛନ୍ତି।

You might also like