କାର୍ଯ୍ୟ ଆରମ୍ଭର ୮ ଦିନରେ ଢଳେଇରେ ଫାଟ

ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣାଧୀନ ପାଣିଛତ୍ର-ରାଉଳପାଟଣା ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କାର୍ଯ୍ୟ ଆରମ୍ଭର ମାତ୍ର ୮ ଦିନ ମଧ୍ୟରେ ଢଳେଇରେ ଫାଟ ହୋଇଯାଇଛି। ସୂଚନା ମୁତାବକ, କୋଣାର୍କରୁ ନୟାହାଟ ଏବଂ ଜଗତସିଂହପୁରକୁ ସଂଯୋଗ କରୁଥିବା ଏହି ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଭୁବନେଶ୍ୱରର ଜଗନ୍ନାଥ କନଷ୍ଟ୍ରକସନ୍ କଂପାନୀ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଚୁକ୍ତି ଅନୁଯାୟୀ ରାସ୍ତା କାମ ୯ ଡିସେମ୍ବର ୨୦୧୬ରେ ଆରମ୍ଭ ହୋଇ ୮ ନଭେମ୍ବର ୨୦୧୭ରେ ଶେଷ ହେବା କଥା। ହେଲେ ଅବଧି ତାରିଖଠୁ ୮ ମାସ ବିତିଯାଇଥିଲେବି ନିର୍ମାଣ କାମ ୫୦ ଭାଗ ସରିନଥିବା ଅଭିଯୋଗ ହୋଇଛି। ତେବେ ଯେଉଁ କିଛି ନିର୍ମାଣ କାମ ହୋଇଛି, ସେଥିରେ ଢଳେଇରେ ଫାଟ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପିଚୁ ରାସ୍ତା ନିର୍ମାଣ ପାଇଁ ପୁରୁଣା ରାସ୍ତାକୁ ଅନେକ ଦିନ ହେଲା ଖୋଳି ଦିଆଯାଇଥିବାରୁ ଯିବା ଆସିବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ସେପଟେ ରାସ୍ତାକାମରେ ବିଳମ୍ବକୁ ସ୍ୱୀକାର କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ। ଅନ୍ୟପଟେ ଠିକା ନେଇଥିବା କନଷ୍ଟ୍ରକସନ୍ କଂପାନୀର ପ୍ରତିକ୍ରିୟା ମିଳିପାରିନାହିଁ।

ଅନ୍ୟ ଏକ ଘଟାଣାରେ ରାସ୍ତାର ଦୁରବସ୍ଥା ଯୋଗୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ବ୍ଲକର ଶିଆଡି ମାଳ ପଞ୍ଚାୟତରେ ୧୫ଦିନ ଧରି ଅସୁସ୍ଥ ଥିବା ରୁହ୍ୟା ସିଂଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନସ ଡକାଯାଇଥିଲା।  କିନ୍ତୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ  ନପାରିବାରୁ ପ୍ରାୟ ତିନି କିଲୋମିଟର ତାଙ୍କୁ ଟେକି ଟେକି ଅଣାଯାଇଥିଲା। ପରେ ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଥିଲା।vlcsnap-error520

You might also like