ଢ଼େଙ୍କାନାଳ: ହଟିଲା ରାସ୍ତା ରୋକ୍। ବିଭିନ୍ନ ଦାବିନେଇ ଢ଼େଙ୍କାନାଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଥିବା ରାସ୍ତାରୋକ ହଟିଛି। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପ୍ରତି ସାହିକୁ ପକ୍କା ରାସ୍ତା ଓ କଣ୍ଟାନାଳି ବାଇପାସ ଛକ ନିକଟରେ ଓଭର ବ୍ରିଜ ନିର୍ମାଣ ଆଦି ଦାବିରେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।
ଢେଙ୍କାନାଳ ଜିଲ୍ଲା ବନମାଳୀ ଛକ ନିକଟରେ ‘ବନମାଳୀ ପ୍ରସାଦ ବିକାଶ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ଏହି ରାସ୍ତା ଢେଙ୍କାନାଳ ଓ ଭାପୁରକୁ ସଂଯୋଗ କରୁଛି।
ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ୍ ପହଞ୍ଚି ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ୍ ହଟିଥିଲା।