ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବିରେ ହୋଇଥିବା ରାସ୍ତାରୋକ ହଟିଲା

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ସାଇଁକୁଳରେ ନବ ନିର୍ମିତ ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ କରିବା ଦାବିରେ ହୋଇଥିବା ରାସ୍ତାରୋକ ହଟିଛି। ଘଟଣାସ୍ଥଳରେ ପ୍ରାଶାସନିକ ଅଧିକାରୀ ଓ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ଗାଁ ଲୋକେ ଆନ୍ଦୋଳନରୁ ଓହରିଥିଲେ।

ସାଇଁକୁଳରେ ନିର୍ମିତ ନୂଆ କୋଠାରେ ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ କରିବା ଦାବିରେ ଗାଁ ଲୋକେ ଆଜି ୨୦ ନମ୍ବର ଜାତୀୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲ॥

ଆନନ୍ଦପୁର ସବ୍‌ ରେଜେଷ୍ଟ୍ରି ଅଫିସରେ କାର୍ଯ୍ୟଭାର ବଢ଼ିବାରୁ ୧୯୬୫ ମସିହାରେ ସାଇଁକୁଳରେ ଆଉ ଏକ ସବ୍‌ ରେଜେଷ୍ଟ୍ରି ଅଫିସ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସାଇଁକୁଳରେ ଅଫିସ କୋଠା ନିର୍ମାଣ ସରିଥିଲେ ବି ସାଇଁକୁଳରେ ସବ୍‌ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ହେଉ ନଥିବାରୁ, ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ।

You might also like