ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ପାଣି ଓ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି।
ବାତ୍ୟାର ୧୨ ଦିନ ପରେ ବି ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦ କରି ରାଜ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି।
ଆଜି କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜାର ନିକଟରେ ସ୍ଥାନୀୟ ବଜାର କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା।
ସେହିପରି ସମାନ ଦାବି ନେଇ ବିରିଡ଼ି ଛକ ନିକଟରେ ମଧ୍ୟ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ପୁଲିସ୍ ଓ ବିଦ୍ୟୁତ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇରୁ ତିନି ଦିନ ଭିତରେ ବିଦ୍ୟୁତ୍ ଆସିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।