ବିଜୁଳି ପାଇଁ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ବାଙ୍କି: ‘ଫୋନି’ ଯିବାର ୧୦ ଦିନ ହୋଇଗଲାଣି। ହେଲେ ସବୁ ଲୋଙ୍କ ପାଖରେ ପହଞ୍ଚି ପାରିନି  ପାଣି ଓ ବିଜୁଳି । ଭୁବନେଶ୍ୱର ଓ କଟକର ୮୦ ପ୍ରତିଶତ ଲୋକ ଯଦିଓ ବିଜୁଳି, ପାଣି ପାଇଲେଣି ତଥାପି ଅନେକ ଜାଗାରେ ଲୋକେ ଏବେ ବି ଫୋନିର ନିର୍ଯାତନା ଭୋଗୁଛନ୍ତି।  ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଅନେକ ଜାଗାରେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି।

କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ପଞ୍ଚାୟତକୁ ଆଜିଯାଏ ପାଣି-ବିଜୁଳି କିଛି ବି ଆସିନି। ଖରାଗରମ ସାଙ୍ଗକୁ ପାଣି ଟୋପାଏ ନ ପାଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଓ ଚମ୍ପତିପୁର ଗ୍ରାମବାସୀ। ଉତ୍ତ୍ୟକ୍ତଲୋକେ ଚମ୍ପତିପୁର ଛକରେ ଖୋର୍ଦ୍ଧା-ତାଳବସ୍ତର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛନ୍ତି। ରାସ୍ତାରୋକର ୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ନାହାନ୍ତି। ଅନ୍ୟପକ୍ଷେ ବିଜୁଳି ନଆସିଲେ ରାସ୍ତାରୋକ୍ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି  ଉତ୍ତ୍ୟକ୍ତ ଗ୍ରାମବାସ॥

You might also like