• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି। ସେହିଭଳି ଟ୍ରାଫିକ୍‌ ସମସ୍ୟାକୁ ନେଇ ମଧ୍ୟ ସେତେଟା ଧରପଗଡ଼ର ଖବର ଶୁଣିବାକୁ ମିଳୁ ନାହିଁ। ତଥାପି ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌ରେ ଭିଡ଼ ଜମୁଛି।

ଏଭଳି ସ୍ଥିତିରେ RTO ଅଫିସ୍‌ରେ ଭିଡ଼ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏକାସଙ୍ଗେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ।

ନିକଟରେ କଡ଼ା ଟ୍ରାଫିକ୍‌ ନିୟମ ଓ ଫାଇନ୍‌କୁ କମ୍‌ କରିବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲା କଂଗ୍ରେସ। ସରକାର ମଧ୍ୟ ଏ ବିଷୟରେ ବିଚାରବିମର୍ଶ କରି ପଦକ୍ଷେପ ନାବାକୁ କହିଥିଲେ। ତେବେ ବର୍ତ୍ତମାନ କରୋନା ସ୍ଥିତିକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ସ୍ଥିତି ଶାନ୍ତ ପଡ଼ିବା ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମକୁ କୋହଳ ହେବା ନେଇ କିନ୍ତୁ କିଛି କହି ନାହାନ୍ତି ମନ୍ତ୍ରୀ।

ବସ୍ ଷ୍ଟାଣ୍ଡରେ ବସ୍ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବ  ବସ୍ ମାଲିକ ସଂଘ ଓ ପରିବହନ ବିଭାଗ ମିଳିତ ଭାବେ ମାସ୍କ ଯୋଗାଇବେ। ବସ୍ ଷ୍ଟାଣ୍ଡଗୁଡ଼ିକୁ ମଧ୍ୟ ସାନିଟାଇଜ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 

Road-and-transport-minister-of-odisha-advised-to-do-not-vast-gathered-in-rto-office-for-coronavirus-precautions
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories