ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ।  ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ୬୫% ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ(ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ) ବିଭିନ୍ନ ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ୮୩୬ଟି ଦୁର୍ଘଟଣା ହୋଇଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି।

୨୦୧୯ ରେ ଏହି ସମୟରେ ଦୁର୍ଘଟଣାରେ ଆହତ ହୋଇଥିଲେ ୨ହଜାର ୧୭୫ ଏବଂ ହଜାରେ ୮୭ ଜଣଙ୍କର ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ

You might also like