ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ବିଅାରପିଏଲ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରଲର ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡା ଅଞ୍ଚଳର ତପନ ସେଠୀ, ବଳରାମ ଜେନା ଓ ରାଜେନ୍ଦ୍ର।
ଗୁରୁତର ଚନ୍ଦନ ନାୟକଙ୍କୁ ଦାନଗଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଯାଜପୁର ଜୋସ୍କୋ କମ୍ପାନୀର ଶ୍ରମିକ। ୪ ଜଣ ବିଅାରପିଏଲ ଛକରେ ଛିଡା ହୋଇଥିବା ବେଳେ ଏକ ଟ୍ରଲର ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।