ବୋଲେରୋ-ଟ୍ରକ୍‌ ଧକ୍କାରେ ଜଣେ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବରପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।

କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ଏକ ବୋଲେରୋ ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକ ନିକଟରେ ଟ୍ରକ୍‌କୁ ଧକ୍କା ଦେଇଥିଲା।  ଫଳରେ  ବୋଲେରୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଉଭୟ ଟ୍ରକ୍ ଓ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତକାଲି ଏହି ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ବାଇପାସ୍‌ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ପୁଲିସ୍ ଏଏସ୍ଆଇଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ମୋରିସ୍ କୁଜୁର। ବାଇକ୍‌ରେ ଥାନାକୁ ଯାଉଥିବା ବେଳେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

You might also like