ଦୁର୍ଘଟଣାରେ ୪ ମୃତ, ଜାଣନ୍ତୁ କେଉଁଠି ଘଟିଛି ଏମିତି ଘଟଣା

କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା।

ସୁନ୍ଦରଗଡ: ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା। ୧୪୩ ନମ୍ବର ଜାତୀୟ ରାଜପଥ ଚୁଟିଆଟୋଲା ଗାଁ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକରେ ଦୁଇ ଜଣ ବ୍ୟକ୍ତି ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ତ୍ରୀବତା ଏତେ ଥିଲା ଯେ ଉଭୟ ବ୍ୟକ୍ତି ହେଲମେଟ୍ ପିନ୍ଧିବା ସତ୍ତ୍ୱେ ତଳେ ପଡ଼ି ପ୍ରାଣ ଚାଲି ଯାଇଛି। ଘଟଣାସ୍ଥଳରେ କୁଆଁରମୁଣ୍ଡା ପୋଲିସ୍ ପହଞ୍ଚି ତଦନ୍ତ କରିଛି।

ସେହିପରି ଖୋର୍ଦ୍ଧା କୁରାଡ଼ମଲ୍ଲ ଛକରେ ବି ଟ୍ରକ୍ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଜାତୀୟ ରାଜପଥରେ ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖୋର୍ଦ୍ଧା ସଦର ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରୁଛି।

ତେବେ ରାଜ୍ୟରେ କ୍ରମାଗତ ଭାବରେ ବଝିବାରେ ଲାଗିଛି ଦୁର୍ଘଟଣା।  ସେପଟେ କିନ୍ତଉ ଲକଡାଉନ ଲାଗି ରାଜ୍ୟରେ ଦୁର୍ଘଟଣା କମିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ୪୩. ୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍‌ଡାଉନ୍ ଯୋଗୁ ଏମିତି ହୋଇଛି। ୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧ ହଜାର ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦ ଭିତରେ ରାଜ୍ୟରେ ୧ ହଜାର ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏପ୍ରିଲ ମାସରେ ୭୪ ପ୍ରତିଶତ କମିଥିବା ବେଳେ ମେ ମାସରେ ୪୨ ପ୍ରତିଶତ, ଜୁନ୍‌ରେ ୧୮ ପ୍ରତିଶତ ଏବଂ ଜୁଲାଇରେ ୧୯ ପ୍ରତିଶତ ଖସିଛି। ତେବେ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ୭ ମାସ ଭିତରେ ୩୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିଛି।

You might also like