ବଙ୍ଗୀୟ ଅଭିନେତ୍ରୀଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ

ଭୁବନେଶ୍ୱର : ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନ୍‌ଗୁପ୍ତାଙ୍କ ଘରୁ ଚୋରି କରିଥିବା ଚୋର ଭୁବନେଶ୍ୱରରୁ ଗିରଫ। କମିଶନରେଟ୍ ପୁଲିସର ସ୍ପେଶାଲ୍ ସ୍କ୍ୱାଡ୍ ଗତକାଲ ରାତିରେ ଭୁବନେଶ୍ୱରର ଏକ ହୋଟେଲରୁ ଚୋରକୁ ଗିରଫ କରିଛି।

ଅଭିଯୁକ୍ତ ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟ ୪ ମାସ ତଳେ ଋତୁପର୍ଣ୍ଣାଙ୍କ ଘରୁ ଦେଢ ଲକ୍ଷ ଟଙ୍କା, ଲାପ୍‌ଟପ୍ ସହ ବହୁ ସାମଗ୍ରୀ ଚୋରି କରିଥିଲା। ଲାପ୍‌ଟପ୍ ଓ ଅନ୍ୟ ସାମଗ୍ରୀ ଫେରାଇ ଦେବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ। କମିଶନରେଟ୍ ପୁଲିସ ପରେ ଅଭିଯୁକ୍ତକୁ କୋଲକତା ପୁଲିସକୁ ହସ୍ତାନ୍ତର କରିଛି।

 

You might also like