ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନି ଶ୍ରୀମନ୍ଦିର ରୀତିନୀତି

ପୁରୀ: ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପୁରୀ ଶ୍ରୀମନ୍ଦିରର ରୀତିନୀତି କୌଣସି ଭାବରେ ପ୍ରଭାବିତ ହୋଇନାହିଁ।

ଆଜି ଭୋର ୪ଟା ୪୫ ମିନିଟ୍‌ରେ ଶ୍ରୀମନ୍ଦିରର ପ୍ରଥମ ଦୈନନ୍ଦିନ ରୀତି ଅ ଦ୍ୱାର ଫିଟା ଅନୁଷ୍ଠିତ ହୋଇଥିଲା।   ଦାୟିତ୍ୱରେ ଥିବା ସେବାୟତ ଏହି ନୀତି ଅନୁସାରେ ଶ୍ରୀମନ୍ଦିର ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

You might also like