ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ନିଯୋଗ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ। ଫଳରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହୋଇପାରିନି।

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍‌ ଭାବେ ର୍ନିମାଣ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଛି। ବିବାଦୀୟ ଜମିକୁ ନିଜର ବୋଲି ବଡୁ ନିଯୋଗ ଦାବି କରିଛି। ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛି। ତେବେ ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଛି।

ସେପଟେ ବଡ଼ୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ୍‌ ଦର୍ଶାଇଛି। ଜମି ମହାପ୍ରଭୁ ଲିଙ୍ଗରାଜଙ୍କର। ଏହାକୁ ସୁରକ୍ଷା ଦେବା ପାଇଁ କେବଳ ସେବାୟତ ଦାୟିତ୍ୱରେ ଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ବସିଥିଲା। ତେବେ ବୈଠକରେ କୌଣସି ସମାଧାନ ବାହାରି ପାରି ନ ଥିଲା। ଫଳରେ ନିଜ ଜିଦ୍‌ରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଅଟଳ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like