କାହିଁକି ଗଜପତି କଲେନି ଛେରାପହଁରା ?

ପୁରୀ: ମହାପ୍ରଭୁଙ୍କର ଆଜି ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ  ଆସିନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥଙ୍କ ହାତରେ ଏହି ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା।

ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି। ଏହାର କାରଣ ସଂପର୍କରେ ଗଜପତି କହିଛନ୍ତି, ସରକାରଙ୍କ କୋଭିଡ ଗାଇଡ୍ଲାଇନକୁ ମାନି ସେ ଛେରା ପହଁରା କରିବାକୁ ଆସିନାହାନ୍ତି ।

ଲକ୍‌ଡାଉନ୍ ନିୟମ ଅନୁସାରେ ଧାର୍ମିକ ଉତ୍ସବ ବା ସମାବେଶରେ ମନ୍ଦିର ବାହାରେ ୭ ଜଣରୁ ଅଧିକ ରହିବା ଅନୁଚିତ । ସେହିପରି ୬୫ ବର୍ଷରୁ ଅଧିକ ବୟସର ଲୋକ ମଧ୍ୟ ଘରୁ ବାହାରକୁ ବାହାରିବା ଅନୁଚିତ । ତେଣୁ ଛେରା ପହଁରା ପାଇଁ ନ ଆସି ସେ ଶ୍ରୀନଅରରେ ରହିଥିଲେ।  ସେ ଗଜପତି ଥିବା ବେଳେ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ସେବା ନ କରିବା ଦ୍ୱିତୀୟ ଘଟଣା ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ।

୧୯୭୬ ମସିହାରେ ଆମେରିକାର ସିକାଗୋରେ ଆଇନ ପାଠ ପଢୁଥିବା ବେଳେ ସ୍ନାନ ଯାତ୍ରାରେ ଛେରା ପହଁରା କରିପାରିନଥିଲେ। ଗଜପତିଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ମୁଦିରଥ ମହାପ୍ରଭୁଙ୍କ ସମ୍ମୁଖରେ ସବୁ ସେବା କରିବାର ପରମ୍ପରା ଥିବା ଗଜପତି ଦିବ୍ୟସିଂହ ଦେବ କହିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲି। ପ୍ରଥମତଃ  ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ କରାଯାଇଥିବା ଯୋଗୁ ଏବଂ ୨ୟରେ  ୬୫ ବର୍ଷରୁ ଅଧିକ ବୟସ୍କ ଘରୁ ନ ବାହାରିବାକୁ କୁହାଯାଇଥିବାରୁ। ତେବେ
ଗଜପତିଙ୍କ ଅନୁପସ୍ଥିତିରେ ମୁଦିରଥ ସେବା କରିବା ପରମ୍ପରା ବହୁ ପୁରଣା ବୋଲି ସେ କହିଛନ୍ତି।

You might also like