ପଞ୍ଚୁକ ଅାରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ

ବିଳମ୍ବରେ ଉଠିଲା ଭୋଗ ମଣ୍ଡପ

ପୁରୀ : ପଞ୍ଚୁକ ଅାରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ବିଳମ୍ବରେ ଉଠିଲା ଭୋଗ ମଣ୍ଡପ। ଠିକ୍ ସମୟରେ ଅବଢ଼ା ନପାଇ ହବିଷ୍ୟାଳି ଓ ଭକ୍ତଙ୍କ ଅସନ୍ତୋଷ। ପଞ୍ଚୁକ ପ୍ରଥମ ଦିନ ତଥା ବଡ଼ ଏକାଦଶୀ ଅବସରରେ ଅାଜି ଶ୍ରୀଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା।

ତେବେ ବେଶରେ ବିଳମ୍ବ ହେବାରୁ ଏହା ପରେ ଅନ୍ୟ ନୀତିକାନ୍ତି ସବୁ ବିଳମ୍ବରେ ଚାଲିଥିଲା। ଫଳରେ ସାଢ଼େ ୨ଟାରେ ଉଠିବାକୁ ଥିବା ଭୋଗ ମଣ୍ଡପ ୪ ଘଣ୍ଟା ବିଳମ୍ବ ଅର୍ଥାତ୍ ସନ୍ଧ୍ୟା ୬ଟା ପରେ ହୋଇଥିଲା ଫଳରେ ଅବଢ଼ା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ହବିଷ୍ୟାଳି ମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଏନେଇ ପାଳିଅା ସେବାୟତଙ୍କୁ ପଚରାଉଚୁରା ପାଇଁ ଡକା ଯାଇଥିବା କହିଛନ୍ତି ନୀତି ପ୍ରଶାସକ।

You might also like