ଶ୍ରୀମନ୍ଦିର ନୀତି ବିଶୃଙ୍ଖଳାରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ଗତକାଲି ହୋଇଥିବା ନୀତି ବିଶୃଙ୍ଖଳାରେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସେ  ଆହୁରି କହିଛନ୍ତି, ସେବାୟତଙ୍କ ୨ଟି ଦାବି ଗ୍ରହଣୀୟ ନୁହେଁ।

ଏସ୍‌ପିଙ୍କ ବଦଳି ଓ ଗତ ଅକ୍ଟୋବର୍ ୩ରେ ଧାଡ଼ି ଦର୍ଶନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲା ପ୍ରତ୍ୟାହାର ଦାବି ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଗତକାଲିର ସେବା ବିଭ୍ରାଟ ପ୍ରସଙ୍ଗରେ ଶ୍ରୀ ମହାପାତ୍ର କହିଛନ୍ତି, ସେବା କାର୍ଯ୍ୟ ଆମର ନୁହେଁ, ସେବକମାନେ ଯତ୍ନବାନ ହେବା ଉଚିତ୍। ଏମିତି ହେବ ବୋଲି ଆମ ପାଖରେ ଖବର ନଥିଲା। ଏଥିସହିତ ଏଭଳି ବିଶୃଙ୍ଖଳା ଆଉ ନ କରିବା ପାଇଁ ତାଗିଦ୍ ମଧ୍ୟ କରାଯାଇଛି।

You might also like