ତାଲାବନ୍ଦ ବେଳେ ଘରୋଇ ହିଂସା ଆଶଙ୍କା ବଢ଼ୁଛି କି?

ଭୁବନେଶ୍ୱର: ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନୂଆ ନିମୟମାବଳି ଜାରି କରାଯାଇଛି। ପୋଲିସ ଡିଜି ଓଡ଼ିଶାରେ ଏଭଳି ଅପରାଧ ବଢୁଥିବାର ନଜିର ନଥିଲେ ବି ଏଥିପାଇଁ ପୋଲିସ ବାହିନୀ ସତର୍କ ରହିବ।

ଉକ୍ତ ମାମଲାକୁ ଅଧିକ ଗୁରୁତ୍ୱର ସହ ନେବ। ପୋଲିସ ଷ୍ଟେସନ ହେଲପଲାଇନ୍ ଓ ଜିଲ୍ଲା କଣ୍ଟ୍ରୋଲ ରୁମକୁ ମିଶାଇ ୬୦୦ ହେଲପ ନମ୍ବର ଖୋଲା ଥିବାରୁ ଲୋକେ ଏହାର ସୁଯୋଗ ନେଇପାରିବେ।

ଏଭଳି ଅପରାଧ ସମ୍ପର୍କରେ ଅଭିଯୋଗ ପାଇଁ ଥାନାକୁ ଆସିବାକୁ ପଡ଼ିବ ନାହିଁ। ଟେଲିଫୋନ୍ କଲରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ କିମ୍ବା  FIR ସଂଗ୍ରହ ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଲୋକେ ଓଡ଼ିଶା ପୋଲିସ ସିଟିଜେନ୍ ପୋର୍ଟାଲ କିମ୍ବା ସହାୟତା ଆପରେ ମଧ୍ୟ ଅଭିଯୋଗ କରିପାରିବେ।

You might also like