ତେଲ ଦରରେ ନିଆଁ, ଗ୍ରାହକଙ୍କ ପାଇଁ ବଢିଲା ଚିନ୍ତା

ଭୁବନେଶ୍ୱର: ତେଲ ଦରରେ ନିଆଁ। ଆଜିକୁ ମିଶାଇ ୯ ଦିନ ହେଲା ଦୈନିକ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୭ ତାରିଖରେ ପେଟ୍ରୋଲ ଲିଟର ପିଛା ୬୩ ପଇସା ବଢିଥିବା ବେଳେ ଆଜି ବଢିଛି ୪୮ ପଇସା। ୯ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୧୦ ପଇସା ବଢିଛି। ସେହିପରି ଏହି ୯ ଦିନରେ ଡିଜେଲ ଲିଟର ପିଛା ବଢିଛି ୫ଟଙ୍କା ୧୭ ପଇସା।

କରୋନା ସଂକ୍ରମଣକୁ  ନେଇ ଲକ୍‌ଡାଉନ୍ ଓ ସଟ୍‌ଡାଉନ ଭିତରେ ଜୀବନଜୀବିକା ପୂରା ଠପ୍। ତାସତ୍ତ୍ୱେ ତୈଳ ଦରରେ କ୍ରମାଗତ ବୃଦ୍ଧି ଗ୍ରାହଙ୍କ ଚିନ୍ତା ବଢାଇ ଦେଇଛି। ଅନେକଙ୍କ ରୋଜଗାର ପ୍ରଭାବିତ ହୋଇଥିବା ବେଳେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ହୋଇଛି। ଏହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଶ୍ୱବ୍ୟାପୀ ଲକଡାଉନକୁ ନେଇ ଚାହିଦା କମିଯିବା ହେତୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ଖସି ଯାଇଥିଲା।  ଫଳରେ କେନ୍ଦ୍ର ସରକାରଙ୍କ ତୈଳ ଆମଦାନୀ ବିଲ୍ ମଧ୍ୟ କମିଥିଲା। ତେବେ ଗତ ମେ ୬ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କକୁ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ୍ ଉପରେ ୧୩ ଟଙ୍କା ବଢାଇଥିଲେ। ଫଳରେ ଖାଉଟି ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସର ଫାଇଦା ପାଇପାରିନଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାର ମେ ୧୭ରେ ପେଟ୍ରୋଲ ଉପରେ ଭାଟ ୬ ପ୍ରତିଶତ ଓ ଡିଜେଲ ଭାଟକୁ ୨ ପ୍ରତିଶତ ବଢାଇ ଦେଇଥିଲେ। ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ୧ଟଙ୍କା ୩ ପଇସା ବଢିଯାଇଥିଲା। ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବା ବେଳେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ଓ ରାଜ୍ୟ ସରକାର ଭାଟ ହ୍ରାସ କରିନାହାନ୍ତି। ଫଳରେ ଗ୍ରାହକ ସିଧାସଳଖ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ଆଉ ପରସ୍ପର ଉପରେ ଦୋଷ ଲଦିଛନ୍ତି ବିଜେପି ଓ ବିଜେଡି।

ପେଟ୍ରୋଲ ଉପରେ କେନ୍ଦ୍ର ସରକାର ଟ୍ୟାକ୍ସ ବାବଦକୁ ୩୨ ଟଙ୍କା ୯୮ ପଇସା ଓ ଡିଡେଲ୍ ଉପରେ ୩୧ ଟଙ୍କା ୮୩ ପଇସା ପାଉଛନ୍ତି। ଏପଟେ ଭାଟ୍ ବଢାଇବା ପରେ ପେଟ୍ରେଲ ଉପରେ ଆଜି ତାରିଖରେ ରାଜ୍ୟ ସରକାର ୧୭ ଟଙ୍କା ୭୪ ପଇସା ଓ ଡିଜେଲ୍‌ରେ ୧୫ ଟଙ୍କା ୪୭ ପଇସା ନେଉଛନ୍ତି। ଏସବୁ ଭିତରେ ମହଙ୍ଗା ମାଡ଼ ସହୁଛି ଗ୍ରାହକ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like