ପିଆଜ ବ୍ରେକ୍‌ ଫେଲ୍: ରାତିକ ଭିତରେ ଦର ୧୨୦ ରୁ ୧୪୦

ଭୁବନେଶ୍ୱର: ଆଗରୁ ଗରିବଗୁରୁବାଙ୍କ ପଖାଳର ସାଥି ଥିଲା ପିଆଜ ଏବେ ଖାଲି ଥିଲାବାଲାଙ୍କ ସାଥୀ ପାଲଟିଛି। ଧୀରେଧୀରେ ନିଜ ଖାଦ୍ୟ ତାଲିକାରୁ ଏହି ବହୁମୂଲ୍ୟ ସାମଗ୍ରୀକୁ ବାଦ୍ ଦେବାକୁ ବସିଲେଣି ମଧ୍ୟବିତ୍ତ ପରିବାରର ଲୋକେ। ରାଜ୍ୟରେ ଏବେ ସବୁ ସ୍ଥାନରେ ପିଆଜ ଦର ୧୦୦ ଉପରେ ରହିଥିବା ବେଳେ, ଖାଲି ଖାଉଟି ନୁହେଁ, ବେପାରୀଙ୍କୁ ବି ଏହି ଦରବୃଦ୍ଧି ପ୍ରଭାବିତ କରିଛି।

Image result for onion price hike

ପାକଶାଳାରୁ ପାର୍ଲାମେଣ୍ଟ ପିଆଜ ଦର ବ୍ରେକ୍ ଫେଲ୍ ହେବା ପରେ ସବୁଠି ଏବେ ଏଇ ଗୋଟିଏ ଚିନ୍ତା। ରାଜଧାନୀରେ ଗତକାଲି ପିଆଜ କିଲୋ ୧୨୦ ଥିବା ବେଳେ, ରାତିକ ଭିତରେ ୨୦ ଟଙ୍କା ବଢ଼ି ଆଜି ୧୪୦ ହୋଇଛି। କଟକରେ ବି ଦର ୧୪୦ ରହିଛି। ଅନ୍ୟପଟେ ବାଲେଶ୍ୱରରେ ୧୩୦, ବ୍ରହ୍ମପୁରରେ ୧୧୦ ଏବଂ ରାଉରକେଲା, ଜୟପୁର ଓ ସମ୍ବଲପୁରରେ ପିଆଜ ଦର ୧୨୦ ରହିଛି।

Related image

ମୈତ୍ରୀ ଷ୍ଟୋର୍‌ରେ ବି ଦର ୯୦-୧୦୦ ଛୁଇଁଲାଣି। ଭୁବନେଶ୍ୱରର ଆଇଗଣିଆ ଓ କଟକର ଛତ୍ରବଜାର ଭଳି ପ୍ରମୁଖ ବଜାରକୁ ପିଆଜ ଯୋଗାଣ କମିଥିବା ବେଳେ। ଦୋକାନୀଙ୍କ ପାଖରେ ଭଲ ପିଆଜ କମ୍, ପଚାସଢ଼ା ଓ ଛୋଟଛୋଟ ପିଆଜ ବେଶି ଦେଖିବାକୁ ମିଳୁଛି।

Image result for onion price hike

ଖାଲି ପିଆଜ ବଜାର କି ରୋଷେଇ ଶାଳ ନୁହେଁ, ପିଆଜ ପାହାର ସିଧାସଳଖ ପଡ଼ିଛି ଜଳଖିଆ ସାମଗ୍ରୀ ଉପରେ। ପିଆଜ ଏବେ ଉଭାନ ହୋଇଯାଇଛି କଟକ ଦହିବରା ପ୍ଲେଟ୍‌ରୁ ଓ ବ୍ରହ୍ମପୁରର ଦୋସା ଥାଳିରୁ। ମାସେ ଧରି କ୍ରମାଗତ ଦର ବଢ଼ିବା ପରେ, ବିନା ପିଆଜ ଜଳଖିଆ ପରଷିବାକୁ ବାଧ୍ୟ ହେଉଛନ୍ତି ବେପାରୀ। ସେପଟେ ପିଆଜ ପାଇଁ ନିଜେ ସନ୍ତୁଳି ହେଉଥିବା ଗ୍ରାହକ ବି ଖାଇବା ବେଳେ ସୁନାପୁଅ ପରି ଉଁ କି ଚୁଁ କରୁନାହାନ୍ତି।

Related image

ଖାଲି ଓଡ଼ିଶା ନୁହେଁ, ମଧ୍ୟପ୍ରଦେଶର ଭୋପାଳ ଓ ତାମିଲନାଡ଼ୁର ମଦୁରାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ୧୪୦-୧୫୦ ଉପରେ ରହିଥିବା ସୂଚନା ମିଳିଛି। ତେଣୁ ଏହି ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆଜି ସଂସଦ ବାହାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିଲେ। ସେପଟେ ମୋଦି ସରକାରଙ୍କ ମନ୍ତ୍ରୀମାନଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ନେଇ ବି ରାଜନୀତି ଜୋର ଧରିଛି।

Image result for onion price hike

ଆଉ ଏପଟେ ସୋଶାଲ୍ ମିଡିଆରେ ବି ପିଆଜ ଦରବୃଦ୍ଧିକୁ ନେଇ ଭଳି କି ଭଳି ମିମ୍ସ ଦେଖିବାକୁ ମିଳୁଛି। ସାମ୍ନାକୁ ଆସୁଛି ଭଳିକି ଭଳି ଭାଇରାଲ୍ ଭିଡିଓ ଓ ପୋଷ୍ଟର୍। ବଲିଉଡ୍ ଡାଇଲଗ୍‌ରେ ବି ରହୁଛି ପିଆଜ ଲିଙ୍କ୍।

You might also like