• translate
Prangyan Parimita

୨୦୨୦ରେ ବଢିଛି ହତ୍ୟା, ବଳାତ୍କାର, ଦଙ୍ଗା ଓ ସିନ୍ଧିଚୋରି

୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି
୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି
ଦୁର୍ଘଟଣା କମିଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ
୨୦୨୦ରେ ରାଜ୍ୟରେ ୧୪୭୦ ହତ୍ୟା, ୫୧୪ ଡକାୟତି, ୪୫୦୦ ସିନ୍ଧିଚୋରି
NDPS ମାମଲାରେ ପୋଲିସ ହଜାରେରୁ ଅଧିକ ମାମଲା ରୁଜୁ କରିଥିଲା
୧୮୦୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ

ଭୁବନେଶ୍ୱର: ମହାମାରୀ କାଳରେ ରାଜ୍ୟରେ ବଢିଛି ଅପରାଧ । ବର୍ଷ ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି ହତ୍ୟା, ଦୁଷ୍କର୍ମ, ଦଙ୍ଗା ଓ ସିନ୍ଧିଚୋରି । ଗତବର୍ଷ ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୦ରେ ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ମାସ ମାସ ଧରି ଲୋକେ ଘରେ ରହିଥିଲେ । ଏହାସତ୍ତ୍ୱେ ଦୁଷ୍କର୍ମ, ହତ୍ୟା ଓ ସିନ୍ଧିଚୋରି ବଢିଥିଲା ହେଲେ ଦୁର୍ଘଟଣା କମିଥିବା ରିପୋର୍ଟରେ କୁହାଯାଇଛି ।

ସଂକ୍ରମଣକୁ ରକ୍ଷାପାଇବାକୁ ସାରାଦେଶ ଲକଡାଉନରେ ଥିବାବେଳେ ଦୁଷ୍କର୍ମ ଓ ହତ୍ୟା ପରି ମାମଲା ବଢିଲାବାର ଅନେକ କାରଣ ରହିଛି। ତାଲାବନ୍ଦ ସମୟରେ ଘରେ ଏକୁଟିଆ ରହୁଥିବାରୁ ଅପରାଧପ୍ରବଣତା ବଢ଼ିଥିବା ବିଶେଷଜ୍ଞ ମତ ପ୍ରକାଶ କରନ୍ତି। ଅଧିକାଂଶ  ଦୁଷ୍କର୍ମ ମାମଲାରେ ପରିଚିତ ଲୋକଙ୍କ ଦ୍ୱାରା ଯୌନଶୋଷଣ ଶିକାର ହୋଇଛନ୍ତି ମହିଳା ।

ରିପୋର୍ଟ ଅନୁସାରେ, ବର୍ଷ ୨୦୨୦ରେ ରାଜ୍ୟରେ ୧୪ଶହ ୭୦ଟି ହତ୍ୟା, ୫୧୪ ଡକାୟତି, ୪ ହଜାର ୫୦୦ ସିନ୍ଧିଚୋରି, ୧୦ ହଜାର ୪୧୨ ଚୋରି, ୨ ହଜାର ୯ଶହ ୮୪ ବଳାତ୍କାର ଓ ୯ ହଜାର ୮ଶହ ୧୭ଟି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସେହିପରି ଏନଡିପିଏସ୍ ମାମଲାରେ ଓଡ଼ିଶା ପୋଲିସ ହଜାରେରୁ ଅଧିକ ମାମଲା ରୁଜୁ କରି ୧୮ଶହ ଜଣଙ୍କୁ ଗିରଫ କରିଥିଲା ୧ ଏହି ଅଭିଯୁକ୍ତ ମାନଙ୍କଠାରୁ ୧୩ଶହ ୭୪ କୁଇଣ୍ଟାଲ ଗଞ୍ଜେଇ, ୩୪ କିଲୋ ବ୍ରାଉନସୁଗାର ଜବତ କରିଥିଲା । ପୋଲିସ ଏତେ ପରିମାଣରେ ଗଞ୍ଜେଇ ଜବତ କରିବାରେ ଓଡ଼ିଶା ପୋଲିସ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ।

Other Stories