ନବୀନ-ନରସିଂହ ଭିତିରି ସଂପର୍କ

କୃଷ୍ଣ ସଗରିଅାଙ୍କ ଅଭିଯୋଗ ପରେ ଜୋର ଧରିଲା କଂଗ୍ରେସରେ କଳି

ଭୁବନେଶ୍ୱର : ନବୀନ-ନରସିଂହଙ୍କ ଭିତିରିଅା ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା। ପୂର୍ବତନ ବିଧାୟକ ତଥା କଂଗ୍ରେସ ସାଧାରଣ ସଂପାଦକ କୃଷ୍ଣ ସଗରିଅା ଏଭଳି ଅଭିଯୋଗ ଅାଣିବା ପରେ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ।

ସେପଟେ ସରଗରିଅାଙ୍କ ଅଭିଯୋଗକୁ ନେଇ କଂଗ୍ରେସ୍‌ରେ ଅାରମ୍ଭ ହୋଇଯାଇଛି ମହାଭାରତ। ପ୍ରସଙ୍ଗ ଭିତରକୁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଟାଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ନରସିଂହଙ୍କୁ ବିରୋଧୀ ଦଳ ନେତା ପଦରୁ ଓ ତାଙ୍କୁ ବିରୋଧୀ ମୁଖ୍ୟ ସଚେତକ ପଦରୁ ହଟାଇବାକୁ ଶ୍ରୀକାନ୍ତ ଷଡ଼ଯନ୍ତ୍ର କରିଥିଲେ ବୋଲି ତାରା ଅଭିଯୋଗ କରିଛନ୍ତି।

ସଗରିଅାଙ୍କୁ ମୋହରା କରି ଶ୍ରୀକାନ୍ତ ଘର ଭାଙ୍ଗିବାକୁ ଉଦ୍ୟମ କରିଥିଲେ, ତେବେ ବିଧାୟକ ଜର୍ଜ ତିର୍କି କଂଗ୍ରେସ୍‌ରେ ସାମିଲ ହେବା ପରେ ଚକ୍ରାନ୍ତରେ ବିଫଳ ହେଲେ ବୋଲି ତାରା କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀକାନ୍ତ , ସଗରିଅା ଛୋଟ ଛୁଅା ନୁହଁନ୍ତି ବୋଲି କହି ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି ଏନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

ସେପଟେ ନରସିଂହଙ୍କର ନବୀନ ଓ ଥାର୍ଡ ଫ୍ଲୋର୍ ସହ ସୁ-ସଂପର୍କ ନେଇ ସଗରିଅା ଅାଣିଥିବା ଅଭିଯୋଗକୁ ସମର୍ଥନ କରିଛି ବିଜେପି। ବିଜେଡିର ଅାଶାବାଡି କଂଗ୍ରେସ ବୋଲି ଅଭିଯୋଗ କରିଅାସୁଥିବା ବିଜେପି ଏହି ନିଆଁରେ ଘିଅ ଢାଳିଛି। ସେପଟେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ନରସିଂହ କିନ୍ତୁ ଏଯାଏଁ ମୁହଁ ଖୋଲିନାହାନ୍ତି।

ଗତ ଫେବ୍ରୁୟାରୀ ୫ରେ ଦିଲ୍ଲୀରେ ନବୀନଙ୍କୁ ନରସିଂହ ସାକ୍ଷାତ କରି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ। ସଗରିଅାଙ୍କ ବିସ୍ଫୋରକ ମନ୍ତବ୍ୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଅାଗକୁ ନରସିଂହ, ଭୂପିନ୍ଦରଙ୍କ ରାସ୍ତାରେ ଯିବେନି ତ?

You might also like