• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିବା ପରେ ଏହାକୁ ନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା।

ଅନ୍ୟପକ୍ଷରେ ଏହି ଘଟଣା ଓ ବିଜେଡି ଛାଡୁଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ‘ଦଳର ଯିଏ ଜିଲ୍ଲା ସଭାପତି ରହିବେ, ତାଙ୍କ ହାତରେ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମର ଦାୟିତ୍ୱ ରହିବ। ଯାହା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ ହେବ। ବିଜେଡି ଛାଡ଼ିବାର ନାହିଁ। ମୁଁ ଅସନ୍ତୁଷ୍ଟ ନାହିଁ। ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖିନି। ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ତାଙ୍କ ପାଇଁ ଲଢ଼ିବୁ।

ଉପନିର୍ବାଚନରେ ଦାୟିତ୍ୱ ନ ମିଳିବା କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି ରବୀନ୍ଦ୍ର ଜେନା।

ନିର୍ବାଚନ ପାଇଁ କୌଣସି ପଦ ପଦବୀ ନ ମିଳବାରୁ ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ହେଲେ ଏହାର ପ୍ରତିକ୍ରିୟା ରଖି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା।

ଅନ୍ୟପକ୍ଷେ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା ଏବେ ବାଲେଶ୍ୱରରେ ଡେରା ପକାଇଛନ୍ତି। ପ୍ରତାପ ଜେନା ଓ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ସର୍କିଟ ହାଉସରେ ବୈଠକ ହୋଇଥିବା ଜଣାପଡ଼ିଛି। ପ୍ରତାପ ଜେନା ଅରୁଣ ଦେଙ୍କୁ ମଧ୍ୟ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ହିଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ପ୍ରତାପ ଜେନା କହିଛନ୍ତି।

https://youtu.be/2moz6NlgMv0

Rift-in-bjds-in-baleswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories