ଜଗତସିଂହପୁର ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ

ବିଷ୍ଣୁ-ରାଜଶ୍ରୀ ସମର୍ଥକ ଧସ୍ତାଧସ୍ତି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଜେଡି ମହିଳା ସମାବେଶ ଚାଲିଥିବା ବେଳେ ଦଳ ଭିତରେ ଫାଟ ଦେଖାଦେଇଛି। ଜଗତସିଂହପୁର ବିଜେଡିର ୨ ଗୋଷ୍ଠୀ ଧସ୍ତାଧସ୍ତି ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

କୁଜଙ୍ଗରେ ଅାୟୋଜିତ ବିଜେଡି ମହିଳା ସମାବେଶକୁ ଯିବା ବାଟରେ ତାରାପୁର ବାଇପାସ୍‌ ନିକଟରେ ମୁହାଁମୁହିଁ ହୋଇଛନ୍ତି ଉଭୟଙ୍କ ସମର୍ଥକ। ବିଷ୍ଣୁ ଦାସଙ୍କ ସମର୍ଥକ ରାଜଶ୍ରୀ ହଟାଅ, ତିର୍ତ୍ତୋଲ ବଞ୍ଚାଅ ନାରା ଦେଉଥିବା ବେଳେ ରାଜଶ୍ରୀଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ଏଥିପାଇଁ ବିଷ୍ଣୁ ଓ ରାଜଶ୍ରୀ ସମର୍ଥକ ମଧ୍ୟରେ ଠେଲାପେଲା ହୋଇଛି।

You might also like